
ଭାରତ-ଆଫଗାନିସ୍ତାନ ତୃତୀୟ ଟି-୨୦ । ରୋମାଞ୍ଚକ ସୁପର୍ ଓଭରରେ ଭାରତର ସୁପର୍ ବିଜୟ । ୩-0ରେ ଶୃଙ୍ଖଳା ମୂଳପୋଛ କଲା ରୋହିତ ବାହିନୀ । ଏହି ମ୍ୟାଚରେ ଆଫଗାନିସ୍ତାନ ଆଗରେ ବିଜୟ ପାଇଁ ୨୧୩ ରନର ଲକ୍ଷ୍ୟ ରଖିଥିଲା ଭାରତ । କିନ୍ତୁ ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନମାନେ ଲଢୁଆ ବ୍ୟାଟିଂ କରି ମ୍ୟାଚକୁ ଟାଇ କରିଦେଇଥିଲେ । ଫଳରେ ସୁପର ଓଭର ଖେଳାଯାଇଥିଲା ।
ସୁପର ଓଭରରେ ଆଫଗାନ ଦଳ ପ୍ରଥମେ ବ୍ୟାଟିଂ କରି ୧୬ ରନ କରିଥିଲା ଓ ଭାରତ ଆଗରେ ୧୭ ରନର ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଭାରତ ମଧ୍ୟ ୧୬ ରନ କରିବାରୁ ମ୍ୟାଚ ପୁଣି ଥରେ ଟାଇ ହୋଇଥିଲା । ଏହା ପରେ ଆଉ ଥରେ ସୁପର ଓଭର ଖେଳ ହୋଇଥିଲା । ଏଥିରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୧ ରନ କରିଥିଲା । ଏହାର ଜବାବରେ ଆଫଗାନିସ୍ତାନ ମାତ୍ର ୧ ରନ କରିପାରିଥିଲା ଓ ଭାରତ ୧୦ ରନରେ ବିଜୟୀ ହୋଇଥିଲା ।